ଭାରତୀୟ ଅର୍ଥନୀତିରେ ଏକ ଉତ୍ସାହଜନକ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି, ଯାହା ଦେଶର GDP, GST ସଂଗ୍ରହ, ଉତ୍ପାଦନ ଏବଂ ସେବା କ୍ଷେତ୍ରରେ ରେକର୍ଡ ପ୍ରଦର୍ଶନ କରିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏହି ଆର୍ଥିକ ବର୍ଷ ପାଇଁ ରିଅଲ୍ GDP ଅଭିବୃଦ୍ଧି ହାର ୬.୫ ପ୍ରତିଶତ ରହିବ ବୋଲି ଅନୁମାନ କରିଥିଲା। ମାତ୍ର, ପ୍ରକୃତ ପରିସଂଖ୍ୟାନ ଏହାଠାରୁ ଅଧିକ ରହିଥିବାରୁ ଦେଶର ଆର୍ଥିକ ନୀତିର ମଜବୁତି ପ୍ରମାଣିତ ହୋଇଛି।
GST ସଂଗ୍ରହ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଅଗଷ୍ଟ ୨୦୨୫ ରେ ମୋଟ GST ସଂଗ୍ରହ ୬.୫ ପ୍ରତିଶତ ବୃଦ୍ଧି ପାଇ ୧.୮୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଗତ ବର୍ଷ ଅଗଷ୍ଟରେ ଏହି ପରିସଂଖ୍ୟାନ ୧.୭୫ ଲକ୍ଷ କୋଟି ଟଙ୍କା ଥିଲା। ଏହି ଅଭିବୃଦ୍ଧି ଭାରତର ଅର୍ଥନୈତିକ ସ୍ଥିରତା ଏବଂ ବିକାଶର ଏକ ସ୍ପଷ୍ଟ ସୂଚକ।
ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ମତରେ, ଭାରତ ଖୁବ୍ ଶୀଘ୍ର ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ। ସେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାକୁ ଦେଶର ଅଭିବୃଦ୍ଧି ପାଇଁ ଏକ ପ୍ରମୁଖ କାରଣ ବୋଲି ଦର୍ଶାଇଛନ୍ତି।